×
Login

ନେପାଳ ଯିବେ ଫକୀରମୋହନ ବିଶ୍ବବିଦ୍ୟାଳୟର ଦୁଇ ପ୍ରଫେସର !.

0 Comments । By Black Cat News । 11 March, 2024

ନେପାଳ ଯିବେ ଫକୀରମୋହନ ବିଶ୍ବବିଦ୍ୟାଳୟର ଦୁଇ ପ୍ରଫେସର !

ବାଲେଶ୍ବର-: ଫକୀରମୋହନ ବିଶ୍ୱବିଦ୍ୟାଳୟର ଦୁଇ ଓଡିଆ ପ୍ରଫେସର ଡ଼ କୃଷ୍ଣଚନ୍ଦ୍ର ପ୍ରଧାନ ଓ ପ୍ରଫେସର ଡ଼ ଦେବାଶିଷ ପାତ୍ର ଓଡିଆ ସାହିତ୍ୟର ଆଦ୍ୟ ଆଲେଖ୍ୟ ଚର୍ଯ୍ୟା ସାହିତ୍ୟ ଉପରେ ଅଧିକ ଗବେଷଣାତ୍ମକ ତଥ୍ୟ ପ୍ରାପ୍ତ ଉଦ୍ଦେଶ୍ୟରେ ନେପାଳ ରାଜଦରବାର ଯିବେ ବୋଲି ସଦ୍ୟ ନୀଳଗିରି ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆଲୋଚନାଚକ୍ରରୁ ପ୍ରକାଶ ପାଇଛି ।


ଏଠାରେ ସୂଚନା ଥାଉକି  ସଦ୍ୟ ସମାପ୍ତ ହୋଇଥିବା ଚର୍ଯ୍ୟା ସାହିତ୍ୟ ସମ୍ପର୍କିତ ଆଲୋଚନାଚକ୍ରରେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରୀପାଠୀ ଉଦ୍ଘାଟକ ଭାବରେ ଯୋଗଦାନକରି ଚର୍ଯ୍ୟା ସମ୍ପର୍କିତ ବହୁ ତଥ୍ୟ ଜ୍ଞାତ ହେବାସହ ଏହାର ବିସ୍ତୃତ ତଥ୍ୟ ପାଇଁ ଦୁଇ ପ୍ରଫେସରଙ୍କୁ ବିଶ୍ବବିଦ୍ୟାଳୟ ତରଫରୁ ନେପାଳ ପଠାଇବେବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । 

୧୯୧୬ ମସିହାରେ ବଙ୍ଗଳାର ଡ଼ ହରପ୍ରସାଦ ଶାସ୍ତ୍ରୀ ନେପାଳ ରାଜଦରବାରରୁ ପ୍ରାପ୍ତ ପୋଥିରୁ ଯେଉଁ ଓଡ଼ିଆ ଭାଷାର ସୂଚନା ପ୍ରାପ୍ତି ହୋଇଥିଲେ ତାହା ଉପରେ ଅଧିକ ଗବେଷଣା କରିବାର ତାତ୍ପର୍ଯ୍ୟ ଅଛିବୋଲି ପ୍ରଫେସର ତ୍ରୀପାଠୀ ମତବ୍ୟକ୍ତ କରିଥିଲେ ।

  ଏହି ପରିପ୍ରେକ୍ଷୀରେ ନୀଳଗିରି ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଏତାଦୃଶ କାର୍ଯକ୍ରମକୁ କୁଳପତି ସାଧୁବାଦ୍ ପ୍ରଦାନ କରିବା ସହ ଆବାହକ ଡ଼ ପ୍ରଦୀପ୍ତ କୁମାର ମିଶ୍ରଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।

  ତେଣୁ ଦୁଇ ପ୍ରଫେସର ନେପାଳ ଯିବାପାଇଁ ପ୍ରସ୍ତୁତ ହେଉଥିବାର ଜଣାଯାଇଛି


Debasish Dash's Report
BlackCatNews, Balasore




Also Read

×