×
Login

ନୀଳଗିରି ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସମ୍ପାନ ଅନୁଷ୍ଠିତ !.

0 Comments । By Black Cat News । 8 March, 2024

ନୀଳଗିରି ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସମ୍ପାନ ଅନୁଷ୍ଠିତ !

                                                                     ଚର୍ଯା ସାହିତ୍ୟ ଓଡିଆ ସାହିତ୍ୟର ଆଦ୍ୟ ଆଲେଖ୍ୟ ।
ବାଲେଶ୍ବର-: ପ୍ରାଚୀନ ଓଡିଆ ଭାଷା,ସାହିତ୍ୟ, ସଂସ୍କୃତି ଓ ସଂଗୀତର ଆଲେଖ୍ୟ ଚର୍ଯ୍ୟାଗୀତି ନାମକ ଶୀର୍ଷକ ଜାତୀୟ ପାଠଚକ୍ର ନୀଳଗିରି ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ଓଡିଆ ଭାଷା ଓ ସାହିତ୍ୟ ବିଭାଗରେ ଅନୁଷ୍ଠିତ ହୋଇଯାଇଛି  ।
 ପୂର୍ବାହ୍ନରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷା ମଞ୍ଜୁଶ୍ରୀ ପଣ୍ଡାଙ୍କ ପୌରୋହିତ୍ୟରେ ଉଦ୍ଘାଟକ ଭାବରେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ, ମୁଖ୍ୟଅତିଥି ନୀଳଗିରିର ବିଧାୟକ ଶ୍ରୀଯୁକ୍ତ ସୁକାନ୍ତ କୁମାର ନାୟକ, ମୁଖ୍ୟବକ୍ତା ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର କୁମାରବର ଦାସ, ସମ୍ମାନିତ ଅତିଥି ଭାବରେ ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦାସ, ବିଭାଗୀୟ ମୁଖ୍ୟ ଡ଼ ଶିବାନୀ ଡଗର, ବରିଷ୍ଠ ପ୍ରଧ୍ୟାପିକା ମମତା ବରାଳ ଯୋଗଦେଇଥିବାବେଳେ ମାଣିଦା ମହାବିଦ୍ୟାଳୟ ମୟୁରଭଞ୍ଜର ଅଧ୍ୟାପକ ଡ଼ ଦିଲ୍ଲୀପ କୁମାର ଭୋଇ ମଞ୍ଚପରିଚାଳନା କରିଥିଲେ  । ଶେଷରେ ନୀଳଗିରି ମହିଳା ଜୁନିୟର ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ସତ୍ୟରଞ୍ଜନ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ  । ସେହିପରି ଦ୍ଵିତୀୟ ଅଧିବେଶନରେ ଫକୀରମୋହନ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର କୁମାରବର ଦାସ ପୌରୋହିତ୍ୟ କରିଥିବାବେଳେ ବିଷୟ ବିଶେଷଜ୍ଞ ଭାବରେ ପ୍ରଫେସର ନଟବର ଶତପଥୀ, ପ୍ରଫେସର ବାବାଜୀ ପଟ୍ଟନାୟକ, ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ, ପ୍ରଫେସର ଦେବାଶିଷ ପାତ୍ର ଯୋଗଦେଇ ଚର୍ଯ୍ୟା ସାହିତ୍ୟର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ  । ଉକ୍ତ ପାଠଚକ୍ରରେ ବିଷୟ ଗବେଷକ ଭାବରେ ଓଡିଆ ବିଶ୍ବବିଦ୍ୟାଳୟ ସତ୍ୟବାଦୀର ସହକାରୀ ପ୍ରଫେସର ଡ଼ ରାଧାଗୋବିନ୍ଦ କୁଇଲା, ବାବା ପଞ୍ଚଲିଙ୍ଗେଶ୍ୱର ଡ଼ିଗ୍ରୀ ମହାବିଦ୍ୟାଳୟର ଡ଼ ଅକ୍ଷୟ କୁମାର ପାଣିଗ୍ରାହୀ, ନୀଳଗିରି ଡିଗ୍ରୀ ମହିଳା ମହାବିଦ୍ୟାଳୟର ଡ଼ ଶିବାନୀ ଡଗର, ଡ଼ ପ୍ରଦୀପ୍ତ କୁମାର ମିଶ୍ର, ଫକୀରମୋହନ ବିଶ୍ଵବିଦ୍ୟାଳୟର ଗବେଷକ ବବୁଲୁ ପ୍ରଧାନ ନିଜନିଜର ଗବେଷଣାତ୍ମକ ପ୍ରବନ୍ଧ ଉପସ୍ଥାପନ କରିଥିଲେ । ଉକ୍ତ ଅଧିବେଶନରେ ସର୍ବପ୍ରଥମେ  ଅଧ୍ୟାପକ ଡ଼ ପ୍ରଦୀପ୍ତ କୁମାର ମିଶ୍ର ମଞ୍ଚ ଆହ୍ବାନ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଛାତ୍ରୀ ବସୁମତୀ ପ୍ରଧାନ, ବର୍ଷା ପ୍ରିୟଦର୍ଶିନୀ ସ, ହେମଲତା ବେହେରା, ଦିପାଞ୍ଜଳି ବାରିକ, ହାସ୍ୟସ୍ମିତା ମିଶ୍ର ଉତ୍କଳ ସଙ୍ଗୀତ ଗାନ କରିଥିଲେ   । ଅଧ୍ୟକ୍ଷା ପଣ୍ଡା ଅତିଥି ଉଭୟ ସତ୍ରର ଅତିଥି ମାନଙ୍କୁ ମହାବିଦ୍ୟାଳୟ ତରଫରୁ ସ୍ଵାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରିଥିବାବେଳେ ବିଭାଗର ମୁଖ୍ୟ ଡ଼ ଶିବାନୀ ଡଗର ଉଭୟ ଅଧିବେଶନର ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଉକ୍ତ ଆଲୋଚନାଚକ୍ରରେ  ରେମୁଣା ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ଡ଼ ତ୍ରିଲୋଚନ ସାହୁ ମଞ୍ଚ ସଂଯୋଜନା କରିଥିଲେ । ଉତ୍ସବରେ ଫକୀରମୋହନ ବିଶ୍ଵବିଦ୍ୟାଳୟର ସ୍ନାତ୍ତକୋତ୍ତର ଛାତ୍ରଛାତ୍ରୀ ଓ ଗବେଷକ ଅନ୍ୟୁନ ପଚାଶ ଜଣ ତଥା ଯଦୁନାଥ ମହାବିଦ୍ୟାଳୟ ରସାଳପୁର ର ଓଡିଆ ଅଧ୍ୟାପକ ଚିତ୍ତରଞ୍ଜନ କୁଣ୍ଡୁ, ଗୋପାଳପୁର ମହାବିଦ୍ୟାଳୟର ଅଧ୍ୟାପକ ଡ଼ ଅମରେନ୍ଦ୍ର ମହାପାତ୍ର, ନଳଗଜା ମହାବିଦ୍ୟାଳୟର ଅଧ୍ୟାପକ ଡ଼ ଅବନୀ ସ୍ୱାଇଁ, ଜଳେଶ୍ଵର ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଡ଼ ନୀଳକଣ୍ଠ ଖଣ୍ଡା, ବରୁଣସିଂ ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ଡ଼ କୈଳାଶ ସାହୁ, ସ୍ଵର୍ଣ୍ଣଚୂଡ଼ ମହାବିଦ୍ୟାଳୟର ପ୍ରାକ୍ତନ ଗ୍ରାନ୍ଥଗାରିକ ଶ୍ରୀଯୁକ୍ତ ଜୟନ୍ତ ଷଡ଼ଙ୍ଗୀ, କବି ନିରଞ୍ଜନ ଖୁଣ୍ଟିଆ ପ୍ରମୁଖ ଯୋଗଦାନ କରିଥିଲେ  ।  ଶେଷରେ ଓଡିଆ ଅଧ୍ୟାପକ ଡ଼ ପ୍ରଦୀପ୍ତ କୁମାର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ  । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଯୋଗଦାନ କରିଥିବାବେଳେ ଓଡିଆ ଭାଷା ସାହିତ୍ୟ ବିଭାଗ ସମେତ ସଂସ୍କୃତ ବିଭାଗ, ଶିକ୍ଷା ବିଭାଗ, ରାଜନୀତି ବିଜ୍ଞାନ ବିଭାଗ, ଗୃହବିଜ୍ଞାନ ବିଭାଗର ସମସ୍ତ ଛାତ୍ରୀ ଯୋଗଦାନ କରିଥିଲେ।  ଶେଷରେ ସମସ୍ତ ଯୋଗଦାନ କରିଥିବା ବୁଦ୍ଧିଜୀବୀମାନେ ଏପରି କାର୍ଯ୍ୟକ୍ରମପାଇଁ ମହାବିଦ୍ୟାଳୟକୁ ଭୂୟସୀ ପ୍ରଶଂସା କରିଥିଲେ !

Debasish Dash's Report
BlackCatNews, Balasore




Also Read

×