×
Login

ଦୁର୍ନୀତିରେ ଉବୁଟୁବୁ ଡ଼କ୍ଟର କୁନାଲ ରଣ ଷଣ୍ଡ ହୋମିଓ ପାତି ବଦଳରେ ଏଲୋପତି ବିକ୍ରି l.

0 Comments । By Black Cat News । 17 June, 2024

ଦୁର୍ନୀତିରେ ଉବୁଟୁବୁ ଡ଼କ୍ଟର କୁନାଲ ରଣ ଷଣ୍ଡ ହୋମିଓ ପାତି ବଦଳରେ ଏଲୋପତି ବିକ୍ରି l

ବାଲିଗୁଡ଼- (ବ୍ଲାକ କାର୍ଡ ନିୟୁଜ)କନ୍ଧମାଳ ସୁରେଶ କୁମାର ପତି  : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ ଏସି ସୁନାପାରେ ଙ୍ଗl ସାହିରେ ସରକାରଙ୍କ ପକ୍ଷରୁ ରୋଗୀଙ୍କୁ ଦିଆଯାଉଥିବା ହୋମିଓ ପାତି ମେଡିସିନ ଚଢ଼ା ଦରରେ ବିକ୍ରି ହେଉ ଥିବା ଅଭିଯୋଗ ହୋଇଛି l କିଛି ମାସ ହେବ ଏକ ସରକାରୀ ଡାକ୍ତର ଜଣଙ୍କ ସୁନାପାଙ୍ଗ ସାହିରେ  ବେଆଇନ ଭାବେ ଏକ ଘର ଭଡା ନେଇ କ୍ଲିନିକ ଚଳାଇଛନ୍ତି l ସେଠାରେ ହୋମି ପାତି ମଡ଼ିସିନ ସହ ଏଲୋପାତି ଓଷଧ ରଖି ରୋଗୀଙ୍କୁ ଟ୍ରିଟମେଣ୍ଟ କରିବା ସହ ମାଗଣା ଔଷଧ କୁ ଚଢ଼ା ଦରରେ ରୋଗୀଙ୍କୁ ଔଷଧ ବିକ୍ରି କରୁଛନ୍ତି l ଯାହାକୁ ନେଇ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି l

ଏବଂ ସେ ପୂର୍ଵରୁ କୋଟଗଡ ବ୍ଲକ ରେ ଡାକ୍ତର ଭାବେ କାର୍ଯ୍ୟ ତୁଲାଉଥିଲେ l ସେଠାରେ ମଧ୍ୟ୍ୟ ରୋଗଙ୍କୁ ଶୋଷଣ କରିବା ସହିତ ସରକାରୀ ଔଷଧ ଗୁଡ଼ିକ ଚଢ଼ା ଦରରେ ରୋଗୀଙ୍କୁ ବିକ୍ରୟ କରି ମାଲl ମାଲ ହୋଇଥିଲେ l ଲୋକଙ୍କ ଅଭିଯୋଗ ଅନୁଯାଇ ନିଜ କ୍ଲିନିକ ରେ ଏକ ଶିଶୁକୁ ଚିକିତ୍ସା କରିବା ସମୟରେ ଶିଶୁଟି ର ଜୀବନ ଚାଲି ଯାଇଥିଲା l ଉକ୍ତ ଘାଟଣକୁ ଡାକ୍ତର ଜଣଙ୍କ ଚାପି ଦେବା ରେ ସକ୍ଷମ ହୋଇଥିଲେ l ଏବଂ ଶିଶୁ ଟିର ପରିବାର ଲୋକଙ୍କ ଉପରେ ଦୋଷ ଢାଳି ଦେଇ ଥିଲେ l ଏଭଳି ଦୁର୍ନୀତି ରେ ଲିପ୍ତ ଡାକ୍ତର ଜଣଙ୍କ କାର୍ଯ୍ୟ କଳାପକୁ ସିଡି ଏମ ଓ ଜାଣି ମଧ୍ୟ୍ୟ ଚୁପ ରହୁଥିବା ବିଷୟ ଜନ ସାଧାରଣ ମଧ୍ୟ୍ୟ ରେ ଅସନ୍ତୋଷ ପ୍ରକାଶ ପାଇଛି l ବର୍ତମାନ ସରକାରୀ ହୋମିଓ ପାତି ଡକ୍ଟର କୁନାଲ ରଣ ଷଣ୍ଢ ସିନ୍ଦ୍ରଗାଁ ସ୍ୱାସ୍ଥ୍ୟ କନ୍ଦ୍ର ରେ ଡାକ୍ତର ଭାବେ କାର୍ଯ୍ୟ କରନ୍ତି l ହେଲେ ସେ ସୁନାପାଙ୍ଗ ସାହି ଠାରେ ଏକ ଘରୋଇ କ୍ଲିନିକ କରିଛନ୍ତି l

ସ୍ୱାସ୍ଥ୍ୟ କେନ୍ଦ୍ର ନ ଯାଇ ଦିନ ତମାମ କ୍ଲିନିକ ରେ ବସିଥାଉ ଛନ୍ତି l ସେଠାରେ ସେ ରୋଗୀଙ୍କୁ ଚିକିତ୍ସା କରନ୍ତି l ମେଡିକାଲରୁ ରୋଗୀଙ୍କୁ ଦିଆଯାଉଥିବା ମାଗଣା ଔଷଧ ଗୁଡ଼ିକ ଆଣି  ନିଜ କ୍ଲିନିକ ରେ ପ୍ରଚୁର ପରିମାଣ ରେ ରଖି  ଚଢ଼ା ଦରରେ ରୋଗୀଙ୍କୁ ତାହା ବିକ୍ରି କରୁଛନ୍ତି l ଏବଂ ନିଜ ଘରେ ପ୍ରଚୁର ପରିମାଣ ରେ ସରକାରୀ ଔଷଧ ରଖି  ରୋଗୀଙ୍କୁ ଚଢ଼ା ଦରରେ ବିକ୍ରି କରୁଛନ୍ତି l  ଡାକ୍ତର ଅଭାବ ଯୋଗୁଁ ରୋଗି ଔଷଧ କିଣିବା ପାଇଁ ବାଧ୍ୟ୍ୟ ହେଉଛନ୍ତି l ତେବେ ଜଣ ସରକାରୀ ଡାକ୍ତର ହୋଇ କିଭଳି ରୋଗୀଙ୍କୁ ଶେlଷଣ କରୁଛନ୍ତି ତାହାକୁ ନେଇ ବୁଦ୍ଧି ଯିବି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି l ଏ ନେଇ ଡାକ୍ତର ଙ୍କୁ ପଚାରି ବାରୁ ସେ କହିଛନ୍ତି ମୁଁ 10 ଟଙ୍କା ଫିଜ ନେଉଛି କହି ସନ୍ତସ ଜନକ ଉତ୍ତର ଦେଇ ପାରିନ ଥିଲେ l ଉଚ୍ଚ ପଦାଧିକାରୀ ଏଥି ପ୍ରତି ଦୃଷ୍ଟି ଦେବା ନିମନ୍ତେ ଅଞ୍ଚଳ ବାସି ଦାବି କରିଛନ୍ତି l

Deepak Kumar Hansa's Report
BlackCatNews, Kandhamal





×