×
Login

ନୀଳଗିରି ପୋଲିସକୁ ବଡ଼ ସଫଳତା, ୭ ଚୋରା ବୋଝେଇ କରି ଯାଉଥିବା ପଥର ଗାଡ଼ି ଅଟକ୍।.

0 Comments । By Black Cat News । 5 March, 2024

ନୀଳଗିରି ପୋଲିସକୁ ବଡ଼ ସଫଳତା, ୭ ଚୋରା ବୋଝେଇ କରି ଯାଉଥିବା ପଥର ଗାଡ଼ି ଅଟକ୍।

ବାଲେଶ୍ଵର, ନୀଳଗିରି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଦିନକୁ ଦିନ ଲଘୁ ଖଣିଜ ଚୋରି ଡକାୟତି ବଢ଼ିବାରେ ଲାଗୁଥିବା ବେଳେ ନୀଳଗିରି ପୋଲିସ ପାଇଁ ଚିନ୍ତା ର କାରଣ ପାଳିଟିଥିଲା ଏବଂ‌ ନୀଳଗିରି ପୋଲିସ ଡକାୟତି ମାନଙ୍କୁ ଧରିବାରେ ବିଫଳ ହେଉଥିବା ବେଳେ ସାଧାରଣ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ବାରମ୍ବାର ଦୈନିକ ଖବରକାଗଜ ରେ ଦେଖିବାକୁ ମିଳୁଥିଲା ,ପଥର ବୋଝେଇ କରି ଅତି ଦ୍ରୃତ ଗତି ରେ ଯାଇ ରାସ୍ତାରେ ଅନେକ ଦୂର୍ଘଟଣା ମଧ୍ୟ ଘଟାଉ ଥିଲେ, ୫ ଦିନ ପୂର୍ବରୁ ଏକ ନୀରିହ ଲୋକ ଦୂର୍ଘଟଣା ରେ ଜୀବନ ହରାଇଥିଲେ। ଗତ ୪ ତାରିଖ ମଧ୍ୟ ରାତ୍ରୀରେ ନୀଳଗିରି ଥାନାରେ ୭ ଟି ଚୋରି ପଥର ଗାଡ଼ି ଅଟକ୍ ରଖାଯାଇଛି। ନୀଳଗିରି ଥାନାରେ ଆଜି ଏହି ସବୁ ଗାଡ଼ି ଧରିବା ର‌ କାରଣ ହେଲା, କେବଳ ଟଙ୍କା, ଟଙ୍କା ନାଇଁ ତ କିଛି ନାହିଁ, ଆଜି କୁ ଏତେ ଦିନ ହେଲା ଗାଡ଼ି ସବୁ ଧରୁ ନଥିଲେ କ'ଣ ପାଇଁ? ଆଗରୁ ଗାଡ଼ି ନ ଧରିବାର କାରଣ କଣ ହୋଇପାରେ? ଆଗରୁ ଧରୁ ନ‌ ଥିଲେ ଆଜି କଣ ପାଇଁ ଧରିଲେ? ନୀଳଗିରି ଥାନା ର‌ ( ଏ ଏସ୍ ଆଇ ) ସୁର୍ବଣ୍ଣା ବେହେରା ଟଙ୍କା ନିଅନ୍ତି ଓ ଗାଡ଼ି ଛାଡନ୍ତି, ଏଇ କିଛି ଦିନ ହେବ ଟଙ୍କା ମିଳିନାହିଁ ବୋଲି ଆଜି ରାଗରେ ଗାଡ଼ି ସବୁ ଧରିଛନ୍ତି, କେବଳ ଲୋକଙ୍କୁ ଦେଖେଇବା ପାଇଁ, ଆଜି ପର୍ଯ୍ୟନ୍ତ ( ଏ ଏସ୍ ଆଇ) ମାଡାମ୍ କେତେଟା ଗାଡ଼ି ଧରିଥିଲେ, ଏତିକି ଗାଡ଼ି ଧରି ସାରିବା ପରେ ବି କେମିତି ଅଲଗା ଗାଡ଼ି ପଥର ବୋଝେଇ କରି ନୀଳଗିରି ଦେଇ ମିତ୍ରପୁର ଆଡ଼କୁ ଆସୁଛନ୍ତି,କାରଣ, ଏତିକି ଗାଡ଼ି ମାଡାମ୍ କୁ ଟଙ୍କା ଦେଇ ନାହାନ୍ତି ।

Debasish Dash's Report
BlackCatNews, Balasore



#

Also Read

×